ଛତିଶଗଡ ର ନୂଆ ରାଜଧାନୀ ର ନାମ ଏବେ ଅଟଳ ନଗର

0
426
ATALA JI AMARA RAHE

ଆଜି ଛତିଶଗଡ ସରକାରଙ୍କ ସଵୁ ମନ୍ତ୍ରାଳୟ ଏବଂ ସଚିବ ମାନକ ଏକ ଗୁରୁତ୍ୱପୂର୍ଣ ବୈଠକ ବସିଥିଲା. ଏହି ବୈଠକ ଛତିଶଗଡ ର ମୁଖ୍ୟମନ୍ତ୍ରୀ ରମଣ ସିଂ ଅଧ୍ୟକତା ରେ ବସିଥିଲା. ଏହି ବୈଠକ ରେ ବହୁ ଗୁରୁତ୍ୱପୂର୍ଣ ନିଷ୍ପତି ନିଆ ଯାଇ ଥିଲା ଏବଂ ସବୁ ଠୁ ବଡ ନିଷ୍ପତି ଥିଲା ଛତିଶଗଡ ର ନୂଆ ରାଜଧାନୀ ର ନାଁ ନୟା ରାଇପୁର ଏବେ ପୂର୍ବ ସ୍ବର୍ଗୀୟ ପ୍ରଧାନ ମଂତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପାୟୀ ନାଁ ଅନୁସାରେ ଅଟଳ ନଗର ନାମରେ ଜଣାଯିବ ଏହି ଅବସର ରେ ଶ୍ରୀଯୁକ୍ତ ରମଣ ସିଂ କହିଥିଲେ ନୟା ରାଇପୁର ହେଉଛି ସ୍ବପ୍ନ ର ସହର ଏହି ସ୍ବପ୍ନ ଛତିଶଗଡ ର ଜନସାଧାରଣ ଏବଂ ସରକାର ଙ୍କ ମିଳିତ ଉଦ୍ୟମ ଯୋଗୁ ସାକାର ହୋଇ ପାରିଛି. ପୁଣି ଏହି ସହର ସ୍ବର୍ଗତ ପ୍ରଧାନ ମନ୍ତ୍ରୀ ଙ୍କ ନାଁ ରେ ନାମିତ ହେଲେ ଏହା ଆହୁରି ପ୍ରସିଦ୍ଧି ଲାଭ କରି ପାରିବ. ଆହୁରି ମଧ୍ୟ ଅଟଳ ନଗର ରେ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ୫ ଏକର ଜାଗା ରେ ଅଟଳ ସ୍ମାରକ ତିଆରି କରା ଯିବ. ରାଜ୍ୟ ସରକାରଙ୍କ ଦ୍ୱତୀୟ ବିକାଶ ଯାତ୍ରା ର ନାମ ଅଟଳ ଯାତ୍ରା ନାମ ରେ ନାମିତ ହେବ.

ଏହା ଛଡା ବିଳାଶ ପୁର ବିଶ୍ୱବିଦ୍ୟାଳୟ ର ନାମ ଅଟଲଜୀଙ୍କ ନାମ ରେ ରଖାଯିବ, ରାଜ୍ୟ ର ଏକ ପୋଲିସ ବଟାଲିୟନ ର ନାଁ ମଧ୍ୟ ପୋଖରଣ ବାଟାଲିଅନ ରଖାଯିବ.