ଜଙ୍ଗଲରେ ଆକସ୍ମିକ ଭାବେ ବୋମା ଫୁଟି ଦୁଇଭାଇ ଗୁରୁତର

0
354

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବିନିଦା ଗାଁ ନିକଟ ଜଙ୍ଗଲରେ ପୋତା ଯାଇଥିବା ବୋମା ବିସ୍ଫୋରଣରେ ଦୁଇଭାଇ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛିି ଓ ତାଙ୍କ ଗୋଡ଼ର ଦୁଇ ଜଙ୍ଘ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାଇ, ଉକ୍ତ ଗ୍ରାମର କେଦାର ଜୁଆଙ୍ଗ ଓ ମୁକୁନ୍ଦ ଜୁଆଙ୍ଗ ଶୌଚ ହେବା ପାଇଁ ଯାଇଥିବା ବେଳେ ମାଟିତଳେ ପୋତା ଯାଇଥିବା ୨ଟି ବୋମା ଆକସ୍ମିକ ଭାବେ ଫୁଟିଥଲା। ଏପରିକି ସାନଭାଇ କେଦାରଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ତେବେ ଜଙ୍ଗଲ ଭିତରେ କିଏ ବୋମା ପୋତିଲା ତାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ଉଠୁଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।