ଜମ୍ମୁକଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ମୃତ

0
377
jammu kashmir encounter in six terrorists killed

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶ୍ରୀନଗରଠାରୁ ପ୍ରାୟ ୫୦ କିଲୋମିଟର ଦୂର ସେକିପୋରାର ବିଜ୍‌ବେହାରା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହା ପରେ ଆଜି ଭୋର୍‌ରେ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳରେ ଅପରେସନ୍ ଆରମ୍ଭ କରିଥିଲେ। ଭାରତୀୟ ସେନାର ୩ ରାଷ୍ଟ୍ରୀୟ ରାଇଫଲ୍‌ସ ଓ ରାଜ୍ୟ ପୁଲିସ୍ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୬ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।