ଜମ୍ମୁ-କଶ୍ମୀର: ସୁରକ୍ଷାବଳ ୨ ଆତଙ୍କବାଦୀଙ୍କୁ ମାରିଲେ

0
369

ଶ୍ରୀନଗର: ଜମ୍ମୁ-କଶ୍ମୀରରର ସୋପିୟାନ୍‌ ଜିଲ୍ଲାରେ ରବିବାର ସୁରକ୍ଷାବଳକୁ ଏକ ବଡ଼ ସଫଳତା ମିଳିଛି। ସୂଚନା ଅନୁଯାୟୀ, ସୋପିୟାନ୍‌ରେ ସୁରକ୍ଷାବଳ ଦୁଇ ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି ଓ ଆତଙ୍କମାଦୀମାନଙ୍କ ପାଖରୁ ବହୁ ମାରଣାସ୍ତ୍ର ଓ ଗୋଳାବାରୁଦ ଜବତ କରିଛନ୍ତି। ଏବେ ସେହି ଅଞ୍ଚଳକୁ ସିଲ୍‌ କରି ସର୍ଚ ଅପରେସନ୍‌ ଜାରି କରାଯାଇଛି। ପୁଲିସ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି କି ସର୍ଚ ଅପରେସନ୍‌ ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରି ଦେଇଥିଲେ। ଏହାପରେ ସୁରକ୍ଷାକର୍ମୀ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ଆହୁରି କେତେକ ଆତଙ୍କବାଦୀ ମଧ୍ୟ ସେହି ଅଞ୍ଚଳରେ ଲୁଚି ରହିଥିବାର ଅନୁମାନ କରାଯାଇଛି।