ଜାପାନ ସହ ପାଟର୍ନର ସିପରେ ଓଡିଶା

0
429

ନଭେମ୍ବରରେ ହେବାକୁ ଯାଉଥିବା ଦ୍ବିତୀୟ ମେକ ଇନ ଓଡିଶା |କାନକ୍ଳେଭର କଣ୍ଟ୍ରି ପାଟର୍ନର ହେବେ ଶିଳ୍ପ ସମୂର୍ଦ୍ଧ ଜାପାନ |ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର ଏହି ସୂଚନା ଦେଇଛନ୍ତି |ନଭେମ୍ବର ୧୧ରୁ ୧୫ ଯାଏଁ ଭୁବେନଶ୍ୱରରେ ଦ୍ବିତୀୟ ସଂସ୍କରଣ ଦ୍ବୀବାର୍ଷିକ ମେକ ଇନ ଓଡିଶା କାନକ୍ଳେଭ ଅନୁଷ୍ଠିତ ହେବ |ରାଜ୍ୟ ସଚିବାଳୟ ଠାରେ ଆୟୋଜିତ ତୃତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବରେ ଭିଡିଓ କନଫରେନ୍ସିଂ ଜରିଆରେ ୧୫ଟି ନୂଆ ପ୍ରକଳ୍ପର ଗ୍ରାଉଣ୍ଡବ୍ରେକିଂ ଉଦଘାଟନ ହେବ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି |