ଜାମ୍ମୁକାଶ୍ମୀର: ଆଜି ୨ ଆତଙ୍କବାଦୀ ମୃତ

0
386

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ୨ଟି ସ୍ଥାନରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ମଙ୍ଗଳବାର ଭୋର ଭୋରରୁ ଗୁଳି ବିନିମୟ ଆରମ୍ଭ ହୋଇଛି। ସୂଚନା ଅନୁଯାଇ, ଜାମ୍ମୁ ଓ କଶ୍ମୀରର କୁଲଗାମ୍‌ ଜିିଲ୍ଲାର ରେଦଓ୍ଵାନି ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେଆଜି ବଡ଼ି ଭୋରରୁ ଗୁଳି ବିନିମୟ ଆରମ୍ଭ ହୋଇଛି। ଏହି ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ଯବାନଙ୍କୁ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ତେବେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳକୁ କର୍ଡନ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସେଠାରେ ଛପି ରହିଥିବା ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଉଥିବା ସୂଚନା ମିଳିଛି।