ଜାମ୍ମୁରେ ପୁଣି ସୁରକ୍ଷାବାହିନୀର ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ

0
396

ଶ୍ରୀ ନଗର: ଜମ୍ମୁ ଓ କଶ୍ମୀରରେ ପୁଣି ସୁରକ୍ଷାବାହିନୀର ଏନକାଉଣ୍ଟର ଯୋଗୁ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଅବନ୍ତିପୁରା ଅଞ୍ଚଳରେ ଯବାନମାନେ କମ୍ବିଂ କରୁଥିବା ସମୟରେ ଏନକାଉଣ୍ଟର ହୋଇଥିଲା । ଆତଙ୍କବାଦୀ ଗୁଳିଚଳାଇବା ପରେ ଭାରତୀୟ ଯବାନମାନେ ସେମାନଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଫଳରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଏପର୍ଯ୍ୟନ୍ତ ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳିନାହିଁ।