ଜାଲରୁ ୧୦ ଫୁଟର ଅଜଗର ଉଦ୍ଧାର

0
362

କଟକ: କଟକ ଚୌଦ୍ୱାର ଚିତ୍ରେଶ୍ୱର ଅଞ୍ଚଳରୁ ଗୁରୁବାର ଏକ ୧୦ ଫୁଟର ଅଜଗରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଯୁବକ କାର୍ତ୍ତିକ ରାଉତ ଅଜଗରଟିକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଜିଲ୍ଲା ବନବିଭାଗକୁ ଏ ସଂଙ୍କ୍ରାନ୍ତରେ ଖବର ଦିଆଯାଇଛି। ସୂଚନା ଅନୁଯାଇ, ସେ ଏକ ଜାଲ ଭିତରେ ଅଜଗରକୁ ବନ୍ଧା ହୋଇ ପୋଖରୀ ହୁଡ଼ାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସେ ଜାଲଟିକୁ କାଟି ସାପଟିକୁ ଉଦ୍ଧାର କରିଥିଲେ। ମାତ୍ର ଜାଲ ଭିତରେ କିଛି ଦିନ ରହିବା ଯୋଗୁ ଅଜଗରଟି ଆହାର ନ ପାଇ ଦୁର୍ବଳ ହୋଇଯାଇଛି। ତେବେ କେହି ଅଜଗରଟିକୁ ଉଦ୍ଧାର କରି ଏଭଳି ଭାବେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଥିବା ସେ ପ୍ରକାଶ କରିଛନ୍ତି।