ଝାଡ଼ଖଣ୍ଡ ପୁଲିସ ଏନକାଉଣ୍ଟରେ ସୁନ୍ଦରଗଡ ମାଓବାଦୀ ମୃତ

0
363
baobadi death

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଇବୋଗା ଥାନା ଅଞ୍ଚଳର ମାଓବାଦୀ ସଙ୍ଗଠନ ପିଏଲଏଫଆଇର କମାଣ୍ଡର ବିଜୟ ଡାଙ୍ଗ ଗୁରୁବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ପୁଲିସ ଏନକାଉଣ୍ଟରେ ମୃତ୍ୟୁ ବରଣ କରିଛି। ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୨ଟା ବୋଳେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ବୀରମିତ୍ରପୁର ଠାରୁ ୪୫ କିଲୋମିଟର ଦୂର କୋଲାବିରା ଥାନା ଝରିଆ ଜଙ୍ଗଲରେ ସିମ୍‌ଡେଗା ପୁଲିସ କମ୍ବିଂ କରୁଥିବା ବେଳେ ସେଠାରେ ପିଏଲଏଫଆଇ କମାଣ୍ଡର ବିଜୟ ଡାଙ୍ଗ ଓ ତାର ୮ ଜଣ ସହଯୋଗୀ ଓ ପିଏଲଏଫଆଇ ସଦସ୍ୟମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଳା। ଏଥିରେ ପିଏଲଏଫଆଇର ନେତୃତ୍ୱ ନେଉଥିବା ବିଜୟ ଡାଙ୍ଗ ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରଛି। ବିଜୟ ୩ ମାସ ତଳେ ରାଇବୋଗା ଅଞ୍ଚଳରେ ଅମ୍ବାପାଣି ଗୋରୁ ହାଟରେ ଜଣେ ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରିଥିବା ବେଳେ ସିମ୍‌ଡେଗାର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲା।