ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୨୫୦ ରନ୍‌ କରି ଭାରତ ଅଲ୍‌ ଆଉଟ୍

0
388

ଏଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତ ୨୫୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଗତକାଲି ଦଳ ୯ଟି ୱିକେଟ୍ ହରାଇ ଥିବା ବେଳେ ଆଜି ଗୋଟିଏ ୱିକେଟ୍ ହରାଇ ଅଲ୍‌ ଆଉଟ୍ ହୋଇଯାଇଛି। ଇଂଲଣ୍ଡ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଛି। ଲଞ୍ଚ୍ ସୁଦ୍ଧା ଦଳ ୨ ୱିକେଟ୍ ହରାଇ ୫୭ ରନ୍ କରିଛି। ଓପନର୍ ଆରୋନ୍ ଫିଞ୍ଚ୍ ‘ଶୂନ’ରେ ଆଉଟ୍ ହୋଇଛନ୍ତି। ପ୍ରଥମ ଓଭରର ତୃତୀୟ ବଲ୍‌ରେ ଇଶାନ୍ତ ଶର୍ମାଙ୍କ ଦ୍ୱାରା ସେ ବୋଲ୍ଡ ହୋଇଥିଲେ। ମାର୍‌କସ୍ ହ୍ୟାରିସ୍ ୨୬ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ବଲ୍‌ରେ ମୁରଲୀ ବିଜୟଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।