ଟ୍ରକ୍‌ ଓ ବାଇକ୍‌ ଧକ୍କା: ୧ ମୃତ

0
342

କଣ୍ଟାବଣିଆ: ମୋଟଙ୍ଗା ଥାନା ନିମବାହାଳି ବେରୁଆଁପାଳ ସ୍କୁଲ୍‌ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ସେହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି କଙ୍କାଳୁ ଗାଁର ମନୋର˚ଜନ ବାରିକ। ସୂଚନା ଅନୁଯାୟୀ, ମନୋରଂଜନ ତାଙ୍କ ବାଇକ୍‌ରେ ନିମବାହାଳି ଛକ ଆଡ଼କୁ ଯାଉଥିଲେ। ଅଗପଟୁ ଏକ ସମେଣ୍ଟ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।