ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ୍ୟୁ ଘଟଣା: ୧ ଗିରଫ

0
85

ଭୁବନେଶ୍ୱର: ଗଙ୍ଗୁଆବ୍ରିଜ୍‌ରେ ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଶୁକ୍ରବାର ଟ୍ରକ୍‌ ଚାଳକକୁ ଗିରଫ କରିଛି। ସେ ହେଲେ ଆୟୁବ ମଲ୍ଲିକ। ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ ଟାରେ ପ୍ରବୀର ଦେହୁରୀ ନାମକ ଜଣେ ଯୁବକ ବାଇକ୍‌ରେ ରସୁଲଗଡ଼ରୁ ସତ୍ୟବିହାର ସ୍ଥିତ ଘରକୁ ଫେରୁଥିଲେ। ଗଙ୍ଗୁଆବ୍ରିଜ୍‌ ଉପରେ ଯାଉଥିବା ସମୟରେ ପଛପଟୁ ଆସୁଥିବା ଟ୍ରକ୍‌ଟି ପ୍ରବୀରଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।