ଟ୍ରକ୍‌ ଧକ୍କାରେ ସ୍କୁଟିଚାଳକ ମୃତ

0
377
accident
accident

ଦେବଗଡ଼: ଆଜି ସକାଳେ ଦେବଗଡ଼ ଜିଲ୍ଲା ତହସିଲ ଅଫିସ ଛକରେ ଏକ ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟିଚାଳକଙ୍କର ମୃତ୍ୟୁ ଘଟିଛି। ଖବରପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ର କରୁଣାକର ସାହୁ(୬୨) ନିଜ ସ୍କୁଟି ଯୋଗେ ତହସିଲ ଅଫିସ ପାଖ ଛକ ଦେଇ ବଜାରକୁ ଯାଉଥିବା ବେଳେ ଦୃତଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଶ୍ରୀ ସାହୁ ପଡ଼ିଯିବାରୁ ଟ୍ରକ୍‌ଟି ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମୃତୁ ହୋଇଥିଲା। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିିବା ଟ୍ରକ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି।