ଟ୍ରକ୍‌ ପଛକୁ ଧକ୍କା ଦେଲା ସ୍କର୍ପିଓ : ୧ ମୃତ, ୬ ଆହତ

0
353
scorpiosuv hits truck from back side 1 dead6 serious

ବାଲେଶ୍ୱର: ପୁରୀରୁ ପଶ୍ଚିମବଙ୍ଗର କୋଲକାତାକୁ ଯାଉଥିବା ଏକ ସ୍କର୍ପିଓ ବୁଧୁବାର ବସ୍ତା ନିକଟ ହଳଦୀପଦା ନିକଟରେ ପଛରୁ ଏକ ଟ୍ରକ୍‌ ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ମରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସଳେୟରେ ଭର୍ତ୍ତି କରାଯାଇଛିି। ସୂଚନା ଅନୁଯାଇ, ଛତିଶଗଡ଼ ରାୟପୁର ଯାଇ ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ ସାରି ଏକ ପରିବାର ସିଜେ ୦୮-୯୯୯୧ ବିଶ୍ଚିଷ୍ଟ ସ୍କର୍ପିଓ ଯୋଗେ କୋଲକାତା ଫେରିଥିଲେ। ସକାଳ ୬ଟା ସମୟରେ କୁହୂୁଡ଼ି ଯୋଗୁଁ ରାସ୍ତା କଡ଼ରେ ରଖାଯାଇଥିବା ଏକ ୧୦ ଚକିଆ ଟ୍ରକ୍‌ ସମ୍ପର୍କରେ ଜାଣି ନ ପାରି ଡ୍ରାଇଭର ଦୃତଗତିରେ ନେଇ ସ୍କର୍ପିଓକୁ ଟ୍ରକ୍‌ ପଛରେ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଆହତ ହୋଇଥିବା ପୁଲିସ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।