ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା:୧ ମୃତ, ୧ ଗୁରୁତର

0
393

କନ୍ଧମାଳ: କନ୍ଧମାଳରେ ଏକ ସଡକ ଦୁର୍ଘଟଣା ଘଟିଛି । ବାଇକ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଫୁଳବାଣୀରୁ ବାଲିଗୁଡା ଯାଉଥିବା ବେଳେ ଫିରିଙ୍ଗିଆ ଛକ ନିକଟରେ ଏକ ବାଇକ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ୍ ପଛପଟେ ବସିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।