ଟ୍ରେନ ଧକ୍କାରେ ହାତୀ ମୃତ

0
351
one elephant killed in train accidents

କେନ୍ଦୁଝର: କେନ୍ଦୁଝର ନରଣପୁର ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍ ଧକ୍କାରେ ପୁଣୀ ହାତୀର ଜୀବନ ଯାଇଛି । ବୁଧବାର ରାତି ପ୍ରାୟ ୧୦ଟାବେଳେ ଏହି ଘଟଣାଟି ଘଟିଛି। ଟ୍ରେନ୍‌ଟି ଯଖପୁରା ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ସମୟରେ ରାମଚନ୍ଦ୍ରପୁର ନିକଟରେ ହାତୀଟିକୁ ଧକ୍କା ଦେଇଥିଲା। ସୂଚନା ଅନୁଯାୟୀ, ହାତୀ ପଲ ରେଳ ଧାରଣା ପାର ହେଉଥିଲେ। ହାତୀ ପଲରେ ପ୍ରାୟ ୯ଟି ହାତୀ ଥିଲେ। ଏଥିମଧ୍ୟରୁ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି।