ଠିକାଦାରଙ୍କୁ ଅପହରଣ କରି ହତ୍ୟା

0
354

ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀମାନେ ଜଣେ ପିଏମ୍‌ଜିଏସ୍‌ଓ୍ଵାଇ ଠିକାଦାରଙ୍କୁ ଗୁରୁବାର ଅପହରଣ ପରେ ଅପରାହ୍ନରେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପୁଲିସ ଠିକାଦାର ହରିଶଙ୍କରଙ୍କ ମୃତଦେହ ଜବତ କରିଛି। ପୁଲିସ କହିଛି, ସିମସା ଠାରୁ ୫ରୁ ୭ କିଲୋମିଟର ଦୂରରେ ହରିଶଙ୍କରଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରୁଛନ୍ତି। ଏଥିରେ ସନ୍ତୁଷ୍ଟ ନହୋଇ ମାଓବାଦୀମାନେ ମଝିରେ ମଝିରେ ନୂଆ ନୂଆ ଅପରାଧିକା କାମ ସହିତ ସଂଶ୍ଲିଷ୍ଟ ରହୁଛନ୍ତି। ପୂର୍ବରୁ ମାଓବାଦୀମାନେ ମଧ୍ୟ ରାତ୍ରୀରେ ପୁଲିସ ସୂଚନାକାରୀଙ୍କୁ ଅପହରଣ କରୁଥିବା ବେଳେ ଆଜିକାଲି ଦିନ ଦ୍ୱିପ୍ରହରରେ ଅପହରଣ କରି ହତ୍ୟା କରୁଛନ୍ତି, ଯାହା ଫଳରେ ସ୍ଥାନୀୟ ଜନତା ଭୟଭୀତ ହୋଇ ପଡ଼ିଛନ୍ତି।