ଡକାୟତି ଉଦ୍ୟମ ପଣ୍ଡ: ୩ ଗିରଫ

0
365

ଭୁବନେଶ୍ୱର : ବାଲିଅନ୍ତା ଥାନା ଅନ୍ତର୍ଗତ ପାହାଳ ଫାଣ୍ଡି ଅଧୀନରେ ଥିବା କରୁଣପଦା ଗାଁରୁ ଡକାୟତି କରିବାକୁ ପ୍ରସ୍ତୁତ ହେଉଥିବାବେଳେ ପୋଲିସ୍ ଗିରଫ କରିଛି। ଏମାନଙ୍କଠାରୁ ପୋଲିସ୍ ଗୋଟିଏ ପିସ୍ତଲ୍,ଦୁଇଟି ଭୁଜାଲି,୩ଟି ଅଫୁଟା ବୋମା,ଦୁଇଟି ବାଇକ୍ ଏବଂ ୩ଟି ମୋବାଇଲ ଜବତ କରିଛି। ଗିରଫ ୩ଜଣଙ୍କ ମଧ୍ୟରୁ ଜଣେ ଜଗତସିଂହପୁରର ହୋଇଥିବାବେଳେ ଜଣେ କଟକ ସଦର ଅଞ୍ଚଳର ଓ ଅନ୍ୟ ଜଣେ ବାଲିଅନ୍ତାର ବୋଲି ଜଣାପଡ଼ିଛି। ଏମାନଙ୍କ ନାଁରେ କଟକ ଏବଂ ଭୁବନେଶ୍ବରର କେଉଁ ଥାନାରେ କଣ ମାମଲା ରହିଛି ପୋଲିସ୍ ଯାଞ୍ଚ କରୁଛି। ଏଥିସହ ଏହି ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି ସେ ନେଇ ମଧ୍ୟ ଖୋଳତାଡ଼ ଚାଲିଛି।