ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ଆଜି ବନ୍ଦ ଡାକରା

0
381

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ସହରବାସୀ ପ୍ରତିବାଦ କରିଛନ୍ତି। ଏମସିଏଲ୍‌ର କୋଇଲା ଖଣି ପରିଚାଳନାରେ ତ୍ରୁଟି ଥିବା ଦର୍ଶାଇ ସହରବାସୀ ଆଜି ତାଳଚେର ବନ୍ଦ ପାଳନ କରୁଛନ୍ତି। ବୁଧୁବାର ତାଳଚେର ଥାନା ସାମ୍ନାରେ ଥିବା ଏକ ଘର ଭିତରେ ମାଟି ଦବି ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସହରରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ କେଉଁ କାରଣରୁ ଘରେ ଗର୍ତ୍ତ ସୃଷ୍ଟି ହୋଇଛି ତାହାର କାରଣ ଜଣାପଡ଼ିନାହିଁ।