ତିଆରି କରନ୍ତୁ ଦହି ଚିଙ୍ଗୁଡ଼ି

0
430

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ବସାଦହି, ତେଲ, ସୋରିଷ, ରସୁଣ, ଲଙ୍କା, ଲୁଣ ଓ ହଳଦୀ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ତାକୁ ଧୋଇ ସେଥିରେ ଲୁଣ, ହଳଦୀ, କଞ୍ଚାତେଲ ଏବଂ ଦହି ମିଶାଇ ଦିଅନ୍ତୁ। ଏହାପରେ ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଭଲ ଭାବରେ ବାଟି ଦିଅନ୍ତୁ ।ଏହାପରେ ଚିଙ୍ଗୁଡ଼ି ଓ ଦହିଗୋଳାକୁ ରସୁଣ, ସୋରିଷ ପେଷ୍ଟ ସହିତ ମିଶାନ୍ତୁ। ଏହାପରେ କଡ଼େଇରେ ଅଳ୍ପ ଆଞ୍ଚରେ ସେହି ମିଶ୍ରଣକୁ ବସାଇ ଢାଙ୍କୁଣୀ ଦେଇଦିଅନ୍ତୁ। ଏହାପରେ ଅଳ୍ପ ଝୋଳ ରହିଥିବା ଅବସ୍ଥାରେ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଦହି ଚିଙ୍ଗୁଡ଼ି ।