ତିଆରି କରନ୍ତୁ ମଟନ୍‌ ହାଲିମ୍

0
23

ଆବଶ୍ୟକ ସାମଗ୍ରୀ: ମଟନ୍‌, ମୁଗ ଡାଲି, ବୁଟ ଡାଲି, ଗହମ, ଘିଅ, ଲବଙ୍ଗ, ବଟା କଞ୍ଚାଲଙ୍କା, ଗୁଜୁରାତି, ଅଦା ଓ ରସୁଣ ବଟା, ଭଜା ପିଆଜ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆବଶ୍ୟକ ପରିମାଣର ଡାଲି (ଉଭୟ ମୁଗ ଓ ବୁଟ) ଓ ଗହମକୁ ଦୁଇଘଣ୍ଟା ପାଇଁ ପାଣିରେ ବତୁରେଇ ଦିଅନ୍ତୁ। ଏହାପରେ କଡ଼େଇରେ ଘିଅ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ପକାନ୍ତୁ। ଏହାପରେ କଟା ପିଆଜ ପକାନ୍ତୁ । ପିଆଜ ଭାଜି ହୋଇଗଲାପରେ ସେଥିରେ ଅଦା ଓ ରସୁଣ ପେଷ୍ଟକୁ ପକାଇ କଷନ୍ତୁ। ମସଲାର ରଙ୍ଗ ହାଲ୍‌କା ଲାଲ୍‌ ହେବା ଯାଏ ଏହାକୁ କଷନ୍ତୁ। ବର୍ତ୍ତମାନ ମଟନ୍‌ ସହ କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲୁଣ ଓ କେଶର ପକାଇ ଦିଅନ୍ତୁ। ମଟନ୍‌ ଅଧା ସିଝିବା ଯାଏ କଷନ୍ତୁ । ଏବେ ଏଥିରେ ପୂର୍ବରୁ ବତୁରିଥିବା ଗହମ ଓ ଡାଲି ପକାଇ ଦିଅନ୍ତୁ। ଡାଲି ପୁରା ସିଝିବା ସହ ଏହା ମିଶିବା ଯାଏ ମଟନ୍‌କୁ କଷନ୍ତୁ। ମଟନ୍‌ ସମ୍ପୂର୍ଣ ସିଝିଯିବାପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଟନ୍‌ ହାଲିମ୍।