ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

0
364
child rape

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଆବାସିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାଇ, ନାବାଳିକା ଜଣଙ୍କ ଗତ ଶନିବାର ସକାଳୁ ସ୍କୁଲ୍‌ରୁ ନିଖୋଜ ହୋଇ ଯାଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟ ମିଳି ନ ଥିଲେ। ଏନେଇ ତାଙ୍କ ଭାଇଙ୍କୁ ବିଦ୍ୟାଳୟର ଜଣେ କର୍ମଚାରୀ ଫୋନ୍‌ କରି ଜଣାଇଥିଲେ। ତେବେ ସେହିଦିନ ରାତି ପ୍ରାୟ ୧୧ଟା ବେଳେ ସ୍କୁଲ୍‌ ପରିସରରେ ତାଙ୍କୁ ଠାବ କରାଯାଇଥିଲା। ଗାଁରେ ଜଣେ ଯୁବକ ତାଙ୍କୁ ନେଇ ଯାଇଥିଲେ ଓ ରାତିରେ ଆଣି ସ୍କୁଲ୍ ପରିସରରେ ଛାଡ଼ି ଦେଇଥିଲେ। ନାବାଳିକା ଜଣଙ୍କ ନିଜ ଘରେ ପହଞ୍ଚିବା ପରେ ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକ ବାଲିଆପାଳ ଗୋଷ୍ଠୀକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରୀକ୍ଷା କରିବା ପରେ ଡାକ୍ତର କହିଥିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ।