ଦିଲ୍ଲୀରେ ସିଗ୍ନେଚର ବ୍ରିଜର ଉଦ୍‌ଘାଟନ

0
295
Delhi's iconic Signature Bridge opened Sunday

ଦିଲ୍ଲୀ: ଦିଲ୍ଲୀର ୱଜିରାବାଦସ୍ଥିତ ଯମୁନା ନଦୀ ଉପରେ ନିର୍ମିତ ଆଇକନିକ ସିଗ୍ନେଚର ବ୍ରିଜ ରବିବାର ଜନସାଧାରଣଙ୍କ ପାଇଁ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଉକ୍ତ ବ୍ରିଜଟି ଉଦ୍‌ଘାଟିତ ହୋଇଛି। ଯମୁନା ନଦୀ ଉପରେ ନିର୍ମାଣ କରାଯାଇଥିବା ଏହି ହାଇଟେକ୍‌ ବ୍ରିଜ୍‌ ଦିଲ୍ଲୀର ୱଜିରାବାଦରୁ ଗାଜିଆବାଦ ଯାଉଥିବା ଲୋକଙ୍କୁ ବେଶ୍‌ ସହାୟକ ହେବା ସହ ଅନେକ ପରିମାଣରେ ଟ୍ରାଫିକ୍‌ ସମସ୍ୟାକୁ ମଧ୍ୟ ଦୂର କରିବ। ଉକ୍ତ ବ୍ରିଜର ଲମ୍ବ ୬୭୫ ମିଟର ଏବଂ ଚଉଡା ୩୫.୨ ମିଟର ରହିଥିବା ବେଳେ ବ୍ରିଜଟିକୁ ଶେଷ କରିବାକୁ ପାଖାପାଖି ୮ ବର୍ଷ ସମୟ ଲାଗିଯାଇଥିବାର ସୂଚନା ମିଳିଛି।