ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ

0
392

ମୁମ୍ବାଇ: ଦୀର୍ଘ ଦିନର ପ୍ରତୀକ୍ଷାପରେ ବିବାହ ବନ୍ଧନରେ ପାରମ୍ପରିକ ଭାବେ ବାନ୍ଧି ହୋଇଛନ୍ତି ରଣବୀର ସିଂହ ଓ ଦୀପିକା ପାଦୁକୋନ। ଇଟାଲିର ଲେକ୍‌ କୋମୋଠାରେ ଦୀପିକାଙ୍କ କୋଙ୍କଣୀ ରୀତି ଅନୁସାରେ ଆଜି ବିବାହ ସରିଛି। ଆସନ୍ତାକାଲି ରଣବୀରଙ୍କ ବଂଶର ସିନ୍ଧି ରୀତି ଅନୁସାରେ ଆଉ ଥରେ ବିବାହ କରାଯିବ। କୋଙ୍କଣୀ ଉତ୍ସବରେ ଦୀପିକାଙ୍କ ବାପା ରଣବୀରଙ୍କ ବାପାମାଆଙ୍କୁ ପ୍ରଥମେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ ରଣବୀରଙ୍କୁ ଏକ ନଡ଼ିଆ ଦେଇ ତାଙ୍କ ପରିବାରକୁ ସ୍ୱାଗତ କରିଥିଲେ। ଏହା ବ୍ୟତୀତ ଉଭୟ ମୁଦି ପିନ୍ଧା ହୋଇଥିଲା। ଏହା ପରେ ବିବାହ କାର୍ଯ୍ୟ ସମ୍ପର୍ଣ ହୋଇଥିବା ନିତାଶା ଗୌରବ ଟୁଇଟ୍‌ କରିଛନ୍ତି।