ଧାନ ଗଦାରେ ନିଆଁ ଲାଗି ୬୦ଏକର ଜମିର ଧାନ ଫସଲ ନଷ୍ଟ

0
371

ନବରଙ୍ଗପୁର: ନବରଙ୍ଗପୁର ବଡ଼ମସି ଗାଁରେ ଧାନ ଗଦାରେ ନିଆଁ ଲାଗି ୬୦ଏକର ଜମିର ଧାନ ଫସଲ ପୋଡି ଯାଇଛି । ସୂଚନା ଅନୁଯାୟୀ,ଆଜି ସକାଳେ ୩୬ ଟି ଧାନ ଗଦା କରି ରଖାଯାଇଥିଲା । କୈାଣସି କାରଣରୁ ହଟାତ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ଏହାପରେ ସ୍ଥାନୀୟଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।