ନବରଙ୍ଗପୁର : ୨ ବସ ଧକ୍କାରେ ୧୦ ଆହତ

0
352

ନବରଙ୍ଗପୁର : ଦିନକୁ ଦିନ ବସ୍‌ ଯାତ୍ରା ବିପଦପୂର୍ଣ୍ଣ ହୋଇପଡ଼ୁଛି। କାରଣ ଗତ ଦୁଇ ଦିନରେ ବସ୍‌ ଦୁର୍ଘଟଣା ନେଲାଣି ୧୩ ଜୀବନ। ୬୦ରୁ ଅଧିକ ବସ୍‌ ଯାତ୍ରୀ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା କମାଇବା ପାଇଁ ରାଜ୍ୟ ସରକାର ନୂଆ ଆଇନ୍ ପ୍ରଣୟନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆଜି ପୁଣି ଏକ ବସ୍‌ ଦୁର୍ଘଟଣା ଘଟିଛି ନବରଙ୍ଗପୁରରେ। ଉମରକୋଟଠାରୁ ବ୍ରହ୍ମପୁର ଆସୁଥିବା ଓଡ଼ିଶା ରାଜ୍ୟ ପରିବହନ ବିଭାଗର ବସ୍‌ଟି ଡାବୁଗାଁ ଧାମନାଗୁଡ଼ାଠାରେ ଜୟପୁରରୁ ରାଇଘର ଗୁରୁଶିଙ୍ଗାକୁ ଯାଉଥିବା ବେସରକାରୀ ବସ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।