ନରଖାଦକ ବାଘୁଣୀକୁ ଟ୍ରାକ୍ଟର ଚଢାଇ ହତ୍ୟା

0
280
tiger killed

ଲକ୍ଷ୍ମୀପୁର: ଉତ୍ତପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ବାଘୁଣୀ ଆକ୍ରମଣରେ ଲୋକ ପ୍ରାଣ ହରାଇବା ପରେ ବାଘୁଣୀକୁ ମାରିଦେଲେ ଉତ୍ୟକ୍ତ ଲୋକେ। ବାଘୁଣୀକୁ ଲୋକେ ପିଟିପିଟି ମାରି ଦେଇଛନ୍ତି । ସୂଚନା ଅନୁଯାଇ, ମହାରାଷ୍ଟ୍ରରେ ବାଘୁଣୀ ଅବନୀ ୧୩ ଜଣ ଲୋକଙ୍କୁ ମାରିବା ପରେ ଏହାକୁ ବନ ବିଭାଗ କର୍ମଚାରୀ ଗୁଳି ମାରିବା ଏବଂ ଓଡ଼ିଶାରେ ସୁନ୍ଦରୀ ବାଘକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଏବେ ଉତ୍ତରପ୍ରଦେଶରେ ଏହି ନୂଆ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀପୁର ଖେରୀର ଦୁଧୱା ବ୍ୟାଘ୍ର ଅଭୟାରଣ୍ୟରେ ଏହି ବାଘୁଣୀ ଜଣେ ଲୋକଙ୍କୁ ଆକ୍ରମଣ କରିଥିଲା । ପରେ ଆକ୍ରମଣର ଶିକାର ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ବନ କର୍ମଚାରୀଙ୍କ ଠାରୁ ଟ୍ରାକ୍ଟର ଛଡ଼ାଇ ନେବା ସହିତ ବାଘୁଣୀକୁ ଟ୍ରାକ୍ଟର ମଡ଼ାଇ ହତ୍ୟା କରିଛନ୍ତି ଗାଁ ଲୋକେ ।