ନିଜ ସୁରକ୍ଷା ପାଇଁ ଆକ୍ରମଣକାରୀକୁ ମାରିଦେଲେ ଅପରାଧ ନୁହେଁ: ସୁପ୍ରିମକୋର୍ଟ

0
378

ନୂଆଦିଲ୍ଲୀ: ନିଜକୁ ବଞ୍ଚାଇବାର ଅଧିକାର ନାଗରିକର ରହିଛି । କାରଣ ଏହା ତାର ସାମାଜିକ ଅଧିକାର। ଆତ୍ମରକ୍ଷା ପାଇଁ ଯଦି କେହି ଆକ୍ରମଣକାରୀକୁ ମାରିଦିଏ,ତେବେ ତାହା ହତ୍ୟା ପଦବାଚ୍ୟ ହେବ ନାହିଁ ବୋଲି ମତ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏନ୍‍.ଭି ରମନା ଓ ଜଷ୍ଟିସ ମୋହନ ଏମ୍‍. ଶାନ୍ତନାଗୌଦର ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣିରେ କହିଛନ୍ତି ଯେ ଆତ୍ମରକ୍ଷା ପାଇଁ ଜଣେ ବ୍ୟକ୍ତି ଯେ କୌଣସି ପଦକ୍ଷେପ ନେଇପାରେ। ଆଇପିସି ଧାରା-୩୦୪(୧) ଅନୁସାରେ ଏହାକୁ ଉଦ୍ଦେଶ୍ୟମୂଳକ ହତ୍ୟା ଅପରାଧ ଭାବେ ବିଜେନା କରାଯାଇପାରିବ ନାହିଁ।