ନିଶାଶକ୍ତ ବାପାର ଛୁରାମାଡରେ ପୁଅ ଗୁରୁତର

0
379

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇତିପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାପାର ଛୁରାମାଡରେ ପୁଅ ଗୁରୁତର ହୋଇପଡିଛି। ଗୁରୁତର ପୁଅର ନାମ ପ୍ରମୋଦ କୁମାର ମଲିକ୍‌ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଇତିପୁର ଗ୍ରାମରେ ବସବାସ କରୁଥିବା ସୁନାକର ମଲ୍ଲିକ ମଦ ପିଇ ଘରକୁ ଆସିଥିଲେ। ସେହି ସମୟରେ ମଦନିଶାରେ ପୁଅକୁ ଛୁରାମାଡ କରିଥିଲେ। ଏହାପରେ ସ୍ଥାନୀୟଲୋକେ ତୁରନ୍ତ ପ୍ରମୋଦକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।