ନୀଳଗିରିରେ ହାତୀ ଆତଙ୍କ

0
256
Elephant attack in Nilagir

ବାଲେଶ୍ୱର: ନୀଳଗିରି ଅଞ୍ଚଳକୁ ପସି ଆସିଛନ୍ତି ହାତୀପଲ, ଏହି ପଲରେ ୩୪ ଜଣ ହାତୀ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ କରିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସୁରକ୍ଷା ପାଇଁ ଗ୍ରାମବାସୀ ନିଆଁ ଜାଳି ମଞ୍ଚାରେ ଆଶ୍ରୟ ନେଇଛନ୍ତି। ତେବେ ବନବିଭାଗ ଓ ପୋଲିସ ମିଶି ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ଚାଲାଇଛନ୍ତି । ବନବିଭାଗ ତରଫରୁ ଯୁଦ୍ଧକାଳୀନ ଭିତିରେ ଟ୍ରଂଚେ ଓ ସୋଲାର ଫେନସିର ପୁନଃ ଉଦ୍ଧାର କରାଯିବାସହ ଆଜି ହାତୀ ପଲ ଗୁଡିକ କୁଂଚିବଣିଆ ଅଞ୍ଚଳରେ ପଶି ବାଇକ ଭାଙ୍ଗାରୁଜା କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସହ ପୋଲିସ ଓ ବନ କର୍ମଚାରୀଙ୍କ ସହ ଗ୍ରାମବାସୀ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ସୃଷ୍ଟି ହୋଇଛି। ତବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିର ରଖି ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମତୟନ କରିଛନ୍ତି ।