ନୂଆପଡ଼ା: ପୁଣି ୨୯ ଦାଦନ ଶ୍ରମିକ ଉଦ୍ଧାର

0
382
nuapada: found 20 banded labour

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୬ଜଣ ନାବାଳକ ଓ ନାବାଳିକା ଅଛନ୍ତି। ସୂଚନା ଅନୁଯାଇ, ମାକରବର୍ଲି ଗାଁରେ ଏହି ଶ୍ରମିକଙ୍କୁ ବନ୍ଧକ ରଖାଯାଇଥିବା ଖବର ପାଇ ପୁଲିସ୍ ଚଢ଼ଉ କରିଥିଲା। ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ ବେଳେ ପୁଲିସ୍‌ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ବାଉଁଶୁଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କୁ ଇଟା ଗଢ଼ିବାକୁ ଦଲାଲ ଆନ୍ଧ୍ର ଚାଲାଣ କରୁଥିଲା। ଉଦ୍ଧାର ପରେ ଶ୍ରମିକମାନଙ୍କୁ ପୁଲିସ୍‌ ଗାଁକୁ ପଠାଇ ଦେବା ସହ ତଦନ୍ତ ଜାରିରଖିଚି।