ପଖସ୍ତୁନରେ ବିସ୍ଫୋରଣ:୨୫ ମୃତ

0
383
pakistan attack 25 deied

ପେଶଓ୍ବାର: ପାକିସ୍ତାନ ପେଶଓ୍ବାରର ଖୈର ପଖସ୍ତୁନ ଅଞ୍ଚଳରେ ଶୁକ୍ରବାର ଏକ ବିସ୍ଫୋରଣରେ ୨୫ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ମଧ୍ୟରୁ ୩୫ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ,ସ୍ଥାନୀୟ ହଙ୍ଗୁ ଅଞ୍ଚଳର ଲୋୟର ଓରକଜଇଠାରେ ଘଟିଥିବା ଏହି ପ୍ରଚଣ୍ଡ ବିସ୍ଫୋରଣ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।