ପତ୍ନୀକୁ ମାନସିକ ନିର୍ଯାତନା: ସ୍ୱାମୀ ଗିରଫ

0
381

ଭୁବନେଶ୍ୱର: ପତ୍ନୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସ୍ୱାମୀକୁ ଗିରଫ କରିଛି। ସେ ହେଲା କୃପାସିନ୍ଧୁ ପୃଷ୍ଟି। ସୂଚନା ଅନୁଯାୟୀ, କିଛିମାସ ହେବ କୃପାସିନ୍ଧୁ ଯୌତୁକ ନେଇ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲା। କିନ୍ତୁ କାଲି ରାତିରେ କୃପାସିନ୍ଧୁ ସବୁ ସୀମା ଟପି ଯାଇଥିଲା। ପତ୍ନୀ ଘରେ ଶୋଇଥିବା ବେଳେ ସେ ନିଶାସକ୍ତ ଅବସ୍ଥାରେ ଆସି ଗାଳିଗୁଲଜ କରିଥିଲା। ପତ୍ନୀ ବିରୋଧ କରିବାରୁ କୃପାସିନ୍ଧୁ ରାଗିଯାଇ ବହୁତ ମାଡ଼ ମାରିଥିଲା। ଏନେଇ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି।