ପଦ୍ମପୁର ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା

0
379
12-hour-bandh-observes-in-padmapur-over-district-status-demand

ବରଗଡ଼: ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନରେ ୩୨ଟି ସଂଗଠନ ସାମିଲ ହୋଇଛନ୍ତି। ଏଥି ଯୋଗୁ ଦୋକାନ ବଜାର ବନ୍ଦ ସହ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଲୋକଙ୍କ କହିବା ଅନୁଯାୟୀ,ପଦ୍ମପୁର ଉପଖଣ୍ଡରେ ଥିବା କିଛି ବ୍ଲକ୍‌ ଓ ଗାଁ ବରଗଡ଼ ଜିଲ୍ଲା ସଦର ମହକୁମାରୁ ୧୫୦-୧୬୦ କିଲୋମିଟର ଦୂରରେ ଥିବାରୁ ଏହି ଅଞ୍ଚଳ ପ୍ରତି ପ୍ରଶାସନର ଦୃଷ୍ଟି ପଡୁ ନାହିଁ। ଫଳରେ ଲୋକେ ଅବହେଳିତ ଅବସ୍ଥାରେ ରହୁଛନ୍ତି।ପଦ୍ମପୁର ଉପଖଣ୍ଡ ମଧ୍ୟ ଅଣଜଳସେଚିତ ଅଞ୍ଚଳ। ବରଗଡ଼ ଓ ନୂଆପଡ଼ା ଜିଲ୍ଲାକୁ ଲାଗି କରି ରହିଥିବା ଏହି ଅଞ୍ଚଳର ଅବସ୍ଥା କେବିକେ ପରି। ପଦ୍ମପୁରକୁ ଜିଲ୍ଲା ନ କରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଲୋକେ କହିଛନ୍ତି।