ପରକୀୟା ପ୍ରୀତି ହେଲା କାଳ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ପ୍ରେମିକ ମୃତ

0
369
husband murder his wifes lover

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଡାହିସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପରକୀୟା ପ୍ରୀତି ହୋଇଛି କାଳ । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ପ୍ରେମିକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଶଙ୍କରପୁର ଗ୍ରାମର ରାଜେଶ ଶର୍ମ। ଅଭିଯୁକ୍ତ ହେଲେ ଠାକୁରା ମାରଣ୍ଡି । ସୂଚନା ଅନୁଯାୟୀ, ରାଜେଶ ଗାଁ ଗାଁ ବୁଲି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ମାଇକ୍ରୋ ଫାଇନାନ୍ସରେ କାମ କରନ୍ତି। ସେହି କାରଣରୁ ଠାକୁରାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ଠାକୁରା ମାରଣ୍ଡି ଘରେ ନଥିବାବେଳେ ଅନେକ ସମୟରେ ରାଜେଶ ତାଙ୍କ ଘରକୁ ଆସୁଥିଲା। ଗତକାଲି ମଧ୍ୟ ଠାକୁରା ଘରେ ନଥିବାର ସୁଯୋଗ ନେଇ ରାଜେଶ ଘରକୁ ଆସିଥିଲା। ସେହି ସମୟରେ ଠାକୁରା ଘରକୁ ଆସି ରାଜେଶକୁ ଦେଥି ବହୁତ ରାଗିଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ଠାକୁରା ରାଜେଶକୁ ଗୋଡାଇ ଗୋଡାଇ ହତ୍ୟା କରିଥିଲା ।