ପରଲୋକରେ ୟୁ’ଟ୍ୟୁବ୍‌ର ୧୦୭ ବର୍ଷୀୟ ରାନ୍ଧୁଣିଆ ମସ୍ତାନାମ୍ମା

0
415

ବିଜୟଓ୍ଵାଡ଼ା: ପରଲୋକରେ ୟୁ’ଟ୍ୟୁବ୍‌ରେ ଲୋକପ୍ରିୟ ହୋଇଥିବା ବୁଢ଼ୀମା’ ରାନ୍ଧୁଣିଆ କାରେ ମସ୍ତାନାମ୍ମା । ସୋମବାର ରାତିରେ ଗୁଣ୍ଟୁର୍‌ ଜିଲ୍ଲାର ତେନାଲି ମଣ୍ଡଳ ଅନ୍ତର୍ଗତ ନିଜ ଗାଁ ଗୁଡ଼ିଓ୍ଵାଡ଼ାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ୧୦୭ ବର୍ଷୀୟ ମସ୍ତାନାମ୍ମା ଗତ ୬ ମାସ ହେବ ଅସୁସ୍ଥ ଥିଲେ। ମସ୍ତାନାମ୍ମାଙ୍କର ୟୁ’ଟ୍ୟୁବ୍‌ ଚାନେଲ୍‌ ‘କଣ୍ଟ୍ରି ଫୁଡ୍‌’ର ୧୨. ୧୮ ଲକ୍ଷ ସବ୍‌ସ୍କ୍ରାଇବର୍‌ ଥିଲେ। ତାଙ୍କର ଅତି ପ୍ରାଚୀନ ରୋଷେଇର ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ଯୋଗୁଁ ଗତ ଦୁଇ ବର୍ଷ ହେବ ତାଙ୍କ ସବ୍‌ସ୍କ୍ରାଇବର୍‌ଙ୍କ ସଂଖ୍ୟା ବଢିଥିଲା।