ପାରିବାରିକ କଳହକୁ କେନ୍ଦ୍ର କରି ଭିଣୋଇକୁ ହତ୍ୟା କଲା ଶଳା

0
410

କଣ୍ଟାବାଞ୍ଜି : କର୍ଲାବାହାଲି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଭିଣୋଇକୁ ପିଟିପିଟି ଶଳା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଦିଲୀପ ଛୁରା। ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ର କରି ଶଳା ଭିଣୋଇକୁ ହତ୍ୟା କରିଛି। ଭିଣୋଇକୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଶଳା ଫେରାର ହୋଇଯାଇଛି। ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।