ପାରିବାରିକ କଳହରୁ ନବବଧୂର ଆତ୍ମହତ୍ୟା

0
398
woman-commits-suicide
woman-commits-suicide

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାଅନ୍ତର୍ଗତ ପାତ୍ର କଲୋନିରେ ବୁଧବାର ରାତିରେ ନବବଧୁ ନିଜ ବେକରେ ଫାଇ ଳଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମର ସନ୍ତୋଷ ମହାରଣାଙ୍କ ଝିଅ କାଜଲ ମହାରଣା( ୨୦ ବର୍ଷ) ଭଞ୍ଜନଗର ପାତ୍ରକଲୋନିର ସୀତାରାମ ମହରଣାଙ୍କୁ ଗତବର୍ଷ ଡିସେମ୍ବର ମାସ ୯ ତାରିଖରେ ବିବାହ କରିଥିଲେ। ତେବେ ଗତକାଲି ପାରିବାରିକ କଳହରୁ କାଜଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କାଜଲ ଘର ଭିତରେ ନିଜ ବେକରେ ଫାଶି ଦେଇଥିବା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସ୍ୱାମୀ ସୀତାରାମ ମହାରଣାଙ୍କୁ ପଚରାଉଚରା କରୁଛି।