ପୁଣି ପାକିସ୍ତାନ ଓ ଭାରତ ମଧ୍ୟରେ ଗୁଳିମାଡ: ୧ ଯବାନ ସହିଦ

0
387

ଶ୍ରୀନଗର: କିଛି ଦିନର ବ୍ୟବଧାନରେ ପୁଣି ଥରେ ପାକିସ୍ତାନ ତା’ର ଅସଲ ରୂପ ଦେଖାଇଛି। ଆଜି ପାକିସ୍ତାନ ସେନା ଅସ୍ତ୍ରବିରତି ଉଲଙ୍ଘନ କରି ଉତ୍ତର କଶ୍ମୀରର ସ୍ଥିତ ଦୁଇଟି ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଗୁଳିମାଡ଼ କରିଛି। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ପାକିସ୍ତାନ ପକ୍ଷରୁ ଉରି ଓ ମାଛଲି ସେକ୍ଟରରେ ଏଭଳି ଗୁଳି ବର୍ଷା ହୋଇଥିଲା। ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି। ମାଛଲି ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ମୋର୍ଟାର ଓ ଗୁଳିମାଡ଼ କରିଥିଲେ। ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।