ପୁଣି ବଢ଼ିଲା ଡାଲି ଦର

0
401

ଭୁବନେଶ୍ୱର: ପୁଣି ବଢିଛି ଡାଲି ଦର। ଅମଳ ଋତୁ ଆରମ୍ଭ ହୋଇଯାଇଥିବାରୁ ଦର କମିବା କଥା। ମାତ୍ର ଦର ବଢ଼ିବାରେ ଲାଗିଛି। ସୂଚନା ଅନୁଯାୟୀ, ବୁଟ ଡାଲିକୁ ବାଦ୍‌ଦେଲେ ହରଡ଼, ମୁଗ ଓ ବିରି ଡାଲି ୮୦ ଟଙ୍କାକୁ ଟପିଯାଇଛି। ପାଇକାରୀ ଦର ୮୦ ଟଙ୍କା ଛୁଇଁଥିବାବେଳେ ଖୁଚୁରା ବଜାରରେ ୮୪/୮୫ ଟଙ୍କା ହୋଇଯାଇଛି। ମାସକ ଭିତରେ ଦୁଇ ଦୁଇ ଥର ଡାଲି ଦର ବଢ଼ିଲାଣି । ଆଗକୁ ଆହୁରି ବଢ଼ିବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ଫଳରେ ଖାଉଟି ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।