ପୁଣି ଲଜ୍ଜା: ଦେଢବର୍ଷର ଶିଶୁ କନ୍ୟାକୁ ବଳାତ୍କାର

0
389
rape in new delhi

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଛି। ଫୁଟ୍‌ପାଥ୍‌ରେ ମା’ ସହ ଶୋଇଥିବା ଦେଢବର୍ଷ ଶିଶୁକନ୍ୟାକୁ ଉଠାଇ ନେଇ ବଳାତ୍କାର କରିଛନ୍ତି ଜନୈକ ଯୁବକ। ଅଭିଯୁକ୍ତ ଜଣକ ହେଉଛନ୍ତି ୩୫ ବର୍ଷୀୟ ଅନିଲ୍‌।  ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରି ପୋଲିସ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଅଭିଯୁକ୍ତ ଜଣଙ୍କ ନିଶା ଅବସ୍ଥାରେ ଶିଶୁଟିକୁ ଉଠାଇ ନେଇ ଦିଲ୍ଲୀ ରେଲଓ୍ବେ ଷ୍ଟେଶନ୍‌ସ୍ଥିତ ପାର୍ସଲ ଗୋଦାମ ପାଖକୁ ନେଇ ବଳାତ୍କାର କରିଥିଲେ। ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁକନ୍ୟାଟିକୁ ଛାଡିଦେଇ ଚମ୍ପଟ୍‌ ମାରିଥିଲେ ଅଭିଯୁକ୍ତ। ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରି ପୋଲିସକୁ ଖବର ଦେଇଥିଲେ। ଏବେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।