ପୁଲଗାଁଓ: ବୋମା ବିସ୍ଫୋରଣରେ ୪ ମୃତ, ୬ ଆହତ

0
358
four dead six several injured in an explosion in pulgaon

ପୁଲଗାଁଓ: ମହାରାଷ୍ଟ୍ରର ଓ୍ଵାର୍ଧା ଜିଲ୍ଲା ପୁଲଗାଁଓସ୍ଥିତି ସେନାର ଗୋଳାବାରୁଦ ଗୋଦାମରେ ମଙ୍ଗଳବାର ସକାଳେ ଆକସ୍ମିକ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବେଳେ ପୁଲଗାଓ ସ୍ଥିତ ସେନା ଗୋଳାବାରୁଦ ଗୋଦାମରେ କେତେକ ପୁରୁଣା ବୋମା ଓ ଅନ୍ୟ ଗୋଳବାରୁଦକୁ ନଷ୍ଟ କରିବା ପାଇଁ ଅନ୍‌ଲୋଡ ହେଉଥିବା ବେଳେ ଜଣେ ଶ୍ରମିକଙ୍କ ହାତରେୁ ଏହି ବୋମା ଖସିପଡ଼ିଥିଲା। ଫଳରେ ଏହି ବୋମାଟିରେ ହଠାତ ବିସ୍ଫୋଣର ଘଟିଥିଲା। ବିସ୍ଫୋରଣ ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖ ଗାଁ ଗୁଡ଼ିକ ଥରି ଉଠିଥିଲା। ତେବେ ଏହି ବିସ୍ଫୋରଣରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।