ପୂଜା କରୁଥିବାବେଳେ ଦୀପରୁ ନିଆଁ ଲାଗି ମହିଳା ମୃତ

0
372

ଭୁବନେଶ୍ୱର: ଖଣ୍ଡଗିରି ଥାନା କୋଳଥିଆ ଅଞ୍ଚଳରେ ଥିବା ମଙ୍ଗଳା ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୂଜା କରୁଥିବାବେଳେ ଦୀପରୁ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ପ୍ରମିଳା ଓଝା। ସୂଚନା ଅନୁଯାୟୀ, ପ୍ରମିଳା ବୁଧବାର ସନ୍ଧ୍ୟାରେ ମନ୍ଦିରରେ ପୂଜା କରୁଥିବାବେଳେ ଦୀପରୁ ତାଙ୍କ ଶାଢିରେ ନିଆଁ ଲାଗିଯାଇଥିଲା। ଆଖି ପିଛୁଳାକେ ପ୍ରମିଳାଙ୍କ ଶରୀରରେ ନିଆଁ ବ୍ୟାପିଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।