ପୂର୍ବତନ ସମିତି ସଭ୍ୟଙ୍କୁ ମରଣାତ୍ମକ ଆକ୍ରମଣ କରି ହତ୍ୟା

0
359

ଜଟଣୀ: ଜଟଣୀ ଥାନା ନାଇଜର ଛକ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ରବୀନ୍ଦ୍ର ନାୟକ । ସୂଚନା ଅନୁଯାୟୀ, ରବୀନ୍ଦ୍ର ଶନିବାର ରାତିରେ ଖୋର୍ଦ୍ଧା ରୁ ନିଜ ଘରକୁ ଫେରୁଥିଲେ । ସେହି ସମୟରେ ୪ ଜଣ ଦୁର୍ବୁତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।