ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାମ୍ବାଦିକକୁ ଆକ୍ରମଣ

0
389

ବାଲେଶ୍ୱର: ଶନିବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ସାମ୍ବାଦିକକୁ ଆକ୍ରମଣ ହୋଇଛି । ସେ ହେଉଛନ୍ତି ପ୍ରମୋଦ ରାଉତ । ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ପୂର୍ବରୁ ପ୍ରମୋଦଙ୍କ ପରିବେଶିତ ଖବରକୁ ଆଧାର କରି ପୁଲିସ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିଲା। ସେହି ରାଗରେ ଶନିବାର ରାତିରେ ଚୋରା ମଦ ବେପାରୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।