ପ୍ରତିଦିନ ଖାଆନ୍ତୁ ଗୋଟିଏ କଦଳୀ

0
88

ପ୍ରତିଦିନ ଗୋଟିଏ କଦଳୀ ଖାଇବା ଏକାନ୍ତ ଆବଶ୍ୟକ । କାରଣ ଆପଣମାନେ ଜାଣିଥିବେ କଦଳୀରେ ପୋଟାସିୟମ୍ ଏବଂ ମାଗ୍ନେସିୟମ୍ ପ୍ରଚୁର ମାତ୍ରାରେ ରହିଛି। କଦଳୀରୁ ଶକ୍ତି ଧୀରେ ଧୀରେ ବାହାରିଥାଏ ଯାହା ଦ୍ଵାରା ଆମ ମସ୍ତିଷ୍କ ସଚେତନ ହୋଇଥାଏ । କଦଳୀ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କଦଳୀରେ ଟ୍ରିପ୍ଟୋଫାନ୍ ରହିଛି ଯାହା ଆଗକୁ ଯାଇ ସେରେଟୋନିନରେ ପରିଣତ ହୋଇଥାଏ ଏବଂ ମସ୍ତିଷ୍କରେ ସେରେଟୋନିନର ଅଭାବ ଯୋଗୁଁ ଅବସାଦ ଏବଂ ଉଦବେଗ ଏବଂ ବିତୃଷ୍ଣା ଭାବ ସୃଷ୍ଟି ହୋଇଥାଏ। କଦଳୀ ଶରୀରରେ କ୍ୟାଲସିୟମକୁ ଶୋଷିତ କରିବାରେ ସାହାଯ୍ୟ କରିଥାଏ। କ୍ୟାଲସିୟମ୍ ଶରୀରରେ ପହଞ୍ଚିଲେ ହାଡ଼ ମଜବୁତ କରିଥାଏ। ଏଥିପାଇଁ ପ୍ରତିଦିନ କଦଳୀ ଖାଇବା ଉଚିତ୍।