ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଛତିଶଗଡ଼ ଗସ୍ତ

0
296

ବିଳାଶପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛତିଶଗଡ଼ ଗସ୍ତରେ ଆସି ବିଳାସପୁରରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ ଭୋଟଙ୍କୁ ଆକର୍ଷିତ କରିବାକୁ ଯାଇ କହିଛନ୍ତି ବିରୋଧି ଦଳ ଏଯାଏ ଭାଜପା ସହ ଲଢିବାର ବାଟ ପାଇ ନାହିଁ। ଦେଶକୁ ଆଗେଇ ନେବାରେ ଭାଜପା ସର୍ବଦା ମୁଖ୍ୟ ଭୂମିକା ଗ୍ରହଣ କରିଛି ଆଗକୁ କରିବ, ମୋଦି ଆହୁରି ମଧ୍ୟ କହିଛନ୍ତି ବସ୍ତର ଭଳି ମାଓପ୍ରବଣ ଅଞ୍ଚଳରେ ଲୋକେ ବହୁ ସଂଖ୍ୟାରେ ମତଦାନ କରୁଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଲୋକେ ‘ପ୍ରଥମ ମତଦାନ ପରେ ଜଳପାନ’ର ମନ୍ତ୍ର ଦେଇଛନ୍ତି।