ପ୍ରଧାନମନ୍ତ୍ରୀ ପଦକୁ ନେଇ ଶ୍ରୀଲଙ୍କାରେ ରାଜପାକ୍ଷେ ଓ ବିକ୍ରମସିଂହେଙ୍କ ଯୁଧ୍ୟ

0
363

କଲମ୍ବୋ: ପ୍ରଧାନମନ୍ତ୍ରୀ ପଦକୁ ନେଇ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ରାଜନୀତିକ କଳହ ଆଜି ଉଗ୍ରରୂପରେ ପରିଣତ ହୋଇଛି। ଆସ୍ଥା ଭୋଟରେ ହାରିଥିବା ପ୍ରଧାନମନ୍ତ୍ରୀ ରାଜପାକ୍ଷେ ଓ ରାଷ୍ଟ୍ରପତି କ୍ଷମତାଚ୍ୟୁତ କରିଥିବା ରାନୀଲ ବିକ୍ରମସିଂହେଙ୍କ ଦଳର ସାଂସଦମାନଙ୍କ ସଂସଦରେ ପ୍ରବଳ ଗଣ୍ଡଗୋଳ କରିବାସହ ରାଜପାକ୍ଷେଙ୍କ ସମର୍ଥକ ସାଂସଦମାନେ ବାଚସ୍ପତି ଜୟସୂରିୟାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଗତକାଲି ସଂସଦରେ ଭଏସ୍‌ ଭୋଟ୍‌ରେ ରାଜପାକ୍ଷେ ପରାସ୍ତ ହେବାରୁ ବର୍ତ୍ତମାନ ଦେଶରେ କୌଣସି ସରକାର ନାହାନ୍ତି ଏବଂ କେହି ବି ପ୍ରଧାନମନ୍ତ୍ରୀ ନାହାନ୍ତି। ଏବେ ନା ରାଜପାକ୍ଷେ ନା ବିକ୍ରମସିଂହେ କେହି ବି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ବାଚସ୍ପତି କାରୁ ଜୟସୂରିୟା କହିଥିଲେ। ତେବେ ଏହାକୁ ରାଜପାକ୍ଷେ ବିରୋଧ କରିବା ସହ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବାଚସ୍ପତିଙ୍କର କ୍ଷମତା ନାହିଁ ବୋଲି କହିବାପରେ କଳହର ସୃଷ୍ଟି ହୋଇଥିଲା।