ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌

0
380

ଆବଶ୍ୟକୀୟ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି ମାଛ, କଞ୍ଚା ମଟର, ତେଲ କିମ୍ବା ଘିଅ, ହଳଦୀଗୁଣ୍ଡ, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା,ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳକୁ ଧୋଇ ପାଣି ବସେଇ ଭାତ ରାନ୍ଧି ଦିଅନ୍ତୁ। ପରେ ଚିଙ୍ଗୁଡ଼ିର ମୁଣ୍ଡ ଓ ଖୋଳପା ଛଡ଼ାଇ ଭଲଭାବରେ ଧୋଇ ସେଥିରେ ଲୁଣ ହଳଦୀ ଗୋଳାଇ ଦିଅନ୍ତୁ। ଏହାପରେ ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା ବାଟି ଦିଅନ୍ତୁ। ପରେ କଡ଼େଇରେ ତେଲ ଗରମ କରନ୍ତୁ ଓ ସେଥିରେ ବଟା ହୋଇଥିବା ମସଲା ପକାନ୍ତୁ। ମସଲା ହୋଇ ଆସିଲେ ଲୁଣ ହଳଦୀ ଗୋଳା ଚିଙ୍ଗୁଡ଼ିକୁ ସେଥିରେ ପକାନ୍ତୁ ଭାଜନ୍ତୁ। ଚିଙ୍ଗୁଡ଼ି ଭଜାକୁ ଓହ୍ଲାଇ ଆଣି ଅନ୍ୟ ଏକ କଡ଼େଇରେ ତେଲ ପକାଇ ସେଥିରେ ଆଳକୁ ଛୋଟ ଛୋଟ କାଟି ଛାଣି ନିଅନ୍ତୁ। ଫୁଲକୋବିକୁ ମଧ୍ୟ ସେଇଭଳି ତେଲରେ ଛାଣି ନିଅନ୍ତୁ। କିଛି କଟା ପିଆଜକୁ ମଧ୍ୟ ଛାଣି ନିଅନ୍ତୁ। ଏବେ ଗରମ ତେଲ ବା ଘିଅରେ ରନ୍ଧା ଭାତକୁ ପକାଇ ଭାଜି ନିଅନ୍ତୁ। ଭାତ ଘିଅରେ ଭାଜି ହେବା ପରେ ମଟର, ଭଜା ଆଳୁ, କୋବି, ଚିଙ୍ଗୁଡ଼ି ଭଜା, ପିଆଜ ଭଜାକୁ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଫ୍ରାଏଡ଼୍‌ ରାଇସ୍‌।