ପ୍ରେମିକାର ଗଳାକାଟି ପ୍ରେମିକ କଲା ଆତ୍ମହତ୍ୟା

0
351

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଛତରପୁର ଅଞ୍ଚଳରେ ସୋମବାର ଦିନ ଜଣେ ପୁରୁଷଙ୍କୁ ଝୁଲନ୍ତା ଅବସ୍ଥାରେ ଏବଂ ଜଣେ ମହିଳାଙ୍କୁ ସେହି କୋଠରୀରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ମୃତ ଯୁବକ ହେଉଛନ୍ତି ଅଭିଷେକ ମଣ୍ଡଳ (୨୬) ଏବଂ ଗ୍ରାଫିକ୍‌ ଡିଜାଇନର୍‌ ଯୁବତୀ (୨୩) ତାଙ୍କର ପ୍ରେମିକା। ଘଟଣାସ୍ଥଳରୁ ପୁଲିସ୍‌ ଏକ ସୁଇସାଇଡ ନୋଟ୍‌ ଜବତ କରିଛି ଯେଉଁଥିରୁ ଜଣାଯାଇଛି କି ଉଭୟଙ୍କ ଭିତରେ ପ୍ରେମସଂପର୍କକୁ ନେଇ ଏଭଳି ଅଘଟଣ ଘଟିଛି। ପ୍ରେମିକାର ଗଳାକାଟି ନିଜେ ଆତ୍ମହତ୍ୟା କରିଥିବା ବି ସେଥିରେ ଉଲ୍ଲେଖ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରିରଖିଚି।